ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ

ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ | ହୋଟେଲରେ କାମ ଦେବାକୁ କହି ଜଣେ ଯୁବତୀଙ୍କୁ ସେକ୍ସ ରାକେଟରେ ଲଗାଇଥିଲେ । ଅନୈତିକ କାର୍ଯ୍ୟ ନକରିବାରୁ ମାଡମାରି ମୋବାଇଲ ଓ ଡ୍ରେସ୍ ଛଡ଼ାଇ ନେଇଥିଲେ ଆୟୁର୍ବେଦିକ ପାର୍ଲର ମାଲିକ। ନିର୍ଯାତନା ସହିନପାରି ମସାଜ ପାର୍ଲରରୁ ଖସି ଆସିଲେ ଯୁବତୀ । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଘଟିଛି। ପାର୍ଲରରେ ସେକ୍ସ ରାକେଟ୍ ଚାଲିଥିବା ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ପାର୍ଲରରେ ଚଢଉ କରି ଜଣେ ଗ୍ରାହକଙ୍କ ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ତନାଘନା ଆରମ୍ଭ କରିଛି।ଏହା ସହ କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ପାର୍ଲର ମାଲିକଙ୍କୁ ମଧ୍ୟ ପୁଲିସ ଉଠାଇନେଇଛି। ଆୟୁର୍ବେଦିକ ସେଣ୍ଟରରେ ପ୍ରକୃତରେ କ’ଣ ଚାଲୁଥିଲା। କେତେଦିନ ଧରି ଏହି କାର୍ଯ୍ୟ ଚାଲିଥିଲା। ଯୁବତୀଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି ସେ ନେଇ ପୁଲିସ ତଦନ୍ତ କରୁଛି।

ଅଧିକ ପଢନ୍ତୁ