ରାଜ୍ୟର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭିକେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ । ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ବିଦେଶରେ ଥିବାରୁ ଥାନାରେ ହାଜର ହୋଇପାରିବେ ନାହିଁ । ଭିଡିଓ କନଫେରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କଲେ । ନଚେତ ବିଦେଶରୁ ଫେରିବା ପରେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି । ସୂଚନାଥାଉକି, ସିଏମଓରୁ ଫାଇଲ ଚୋରି ମାମଲାରେ ପ୍ରଶାସନ ତତ୍ପରତା ଦେଖାଇଛି । ୨୫ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ଭିକେ ପାଣ୍ଡିଆନଙ୍କୁ ନୋଟିସ ଦେଇଥିଲେ କମିଶନରେଟ ପୋଲିସ । କିନ୍ତୁ ଆଜି ଆସିପାରିବେନାହିଁ ବୋଲି ସଫା ସଫା ମେଲ ଯୋଗେ ଜଣାଇଛନ୍ତି । କେବଳ ପାଣ୍ଡିଆନଙ୍କୁ ନୁହଁ, ପୂର୍ବତନ ଆଇଏଏସ ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟି ନୋଟିସ କରିଥିଲା । ଆସନ୍ତା ୩୦ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ରାଜେଶ ବର୍ମାଙ୍କୁ ମଧ୍ୟ କମିଶନରେଟ ପୋଲିସ ନୋଟିସ ଜାରି କରିଥିଲା ।
