ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ପାଠ୍ୟପୁସ୍ତକରେ ଅନେକ ଗୁରୁତର ତ୍ରୁଟି ରହିଛି ଏବଂ ଏହା ପାଇଁ ସରକାର ନୈତିକ ଦାୟିତ୍ୱ ନେବା ଉଚିତ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଇସ୍ତଫା ଦେଇ ଏକ ଉଦାହରଣ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗତ ତିନି ସପ୍ତାହ ଧରି ଲଗାତାର ଦାବି ହୋଇଆସୁଥିବା ବେଳେ, ଆଜି ଦିନ ୧୨ଟା ୧୫ ମିନିଟରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ।ସେପଟେ ଏହାକୁ ନେଇ ନବୀନଙ୍କୁ ଭାଜପା କଡ଼ା ଟାର୍ଗେଟ କରିଛି। ଭାଜପା ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ନିଜ ସରକାର ସମୟରେ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। କେବଳ ନିଜ ଛବିକୁ ବଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ ନିଲମ୍ବନ କରୁଥିଲେ। ସ୍ଥାୟୀ ସମାଧାନ ପାଇଁ ନବୀନ କଣ ଉଦ୍ୟମ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ଅଧିକ ପଢନ୍ତୁ