କକ୍ରୋଚ୍ ପରେ E-20 ଜନତା ପାର୍ଟି : ରଖିଲେ ବଡ଼ ଦାବି

କକରୋଚ୍ ଜନତା ପାର୍ଟି ପରେ ଏବେ ଇ୨୦ ଜନତା ପାର୍ଟି ।କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ଦାବି ନେଇ ସେମାନେ ଧାରଣା ଦେବାକୁ ଯାଉଛନ୍ତି । ଜନତାଙ୍କୁ କିପରି ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବ ସେଦିଗରେ ଏହି ଆନ୍ଦୋଳନ କରାଯିବ ବୋଲି ନୂଆ ପାର୍ଟି କହିଛି ।ଏହି ଆନ୍ଦୋଳନକୁ ଦିଲ୍ଲୀର ଟାକ୍ସି ଏବଂ ଟୁରିଷ୍ଟ୍ ଟ୍ରାନ୍ସପୋର୍ଟର୍ସ ଏବଂ ଟୁର୍ ଅପରେଟର ଆସୋସିଏସନ ସମର୍ଥନ ଦେଇଛି । ସେମାନେ ପାର୍ଲିଆମେଣ୍ଟ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ତେବେ ଅଗଷ୍ଟ ୪ ତାରିଖରେ ମୋର୍ଚ୍ଚା ସଂସଦ ଅଭିମୁଖେ ବାହାରିବ ।ଡିକ ନୂଆ ପେଟ୍ରୋଲ ପାଇଁ ଖରାପ ହେବାକୁ ବସିଲାଣି । ଅନ୍ୟ ଦିଗରେ ଇ୨୦ ଜନତା ପାର୍ଟିର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ୍ ଏକ୍ସରେ ଏହାର ୨୫ ହଜାର ଫଲୋଅର୍ସ ଯୋଡ଼ି ହୋଇ ରହିଛନ୍ତି । ଏହି ଗ୍ରୁପ୍ କୌଣସି ସବସିଡି, ମାଗଣା ତେଲ ଦାବି କରୁନି । ବରଂ ବାଇକ ଚାଳକଙ୍କୁ ଶୁଦ୍ଧ ପେଟ୍ରୋଲରର ବିକଳ୍ପ ମିଳୁ ବୋଲି ପାର୍ଟି ଦାବି କରୁଛି ।

ଅଧିକ ପଢନ୍ତୁ