ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ

ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ ଜୋର୍ଡାନରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଯାହା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଯଦି ଏହି ଅଞ୍ଚଳରେ ଆମେରିକୀୟ ସେନା ଉପରେ ଆକ୍ରମଣ ଜାରି ରଖେ, ତେବେ ଆମେରିକା ତେହେରାନକୁ ଏକ କଠୋର ଶିକ୍ଷା ଦେବାକୁ ପ୍ରସ୍ତୁତ । ଆମେରିକାର ଆକ୍ରମଣ ପୂର୍ବରୁ ହ୍ୱାଇଟ୍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାକ୍ଷାତ କରିଥିଲେ । ଉଭୟ ନେତାଙ୍କ ଆଲୋଚନାକୁ ସକରାତ୍ମକ କୁହାଯାଉଛି । ମଙ୍ଗଳବାର ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଇରାନ ହିଁ ମୁଖ୍ୟ ପ୍ରସଙ୍ଗ ଥିଲା । ଯାହା ଉପରେ ଦୁଇ ନେତା ଆଲୋଚନା କରିଥିଲେ ।ଇରାନକୁ ଦିଆଯାଇଥିବା କଠୋର ଚେତାବନୀ ସତ୍ତ୍ୱେ, ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବେ ବି ସଙ୍କଟର ଏକ କୂଟନୈତିକ ସମାଧାନ ଖୋଜୁଛି। ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେଆମେରିକା ଆଗକୁ ଯେକୌଣସି ଆକ୍ରମଣର ଜୋରଦାର ଜବାବ ଦେବ।

ଅଧିକ ପଢନ୍ତୁ