ରାୟଗଡାରେ ଥମୁନି ଲୁଟ୍ ଆତଙ୍କଗତ ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚୋରି

ରାୟଗଡା ତା ୩୦/୦୭ (ନିପ୍ର) ରାୟଗଡାରେ ଚୋରଙ୍କ ବିତ୍ପାତ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ରାୟଗଡା ସଦର ବ୍ଳକ ଶେଷ ଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ନିବାସୀ ଗାଙ୍ଗା ରାଜୁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ କବାଟ ତାଡ଼ି ଅଧ ତୋଳା ସୁନା, ୭୦ ତୋଳା ରୂପା ଓ ନଗଦ ୫୦ ହଜାର ଟଙ୍କା ଚୋରି କରିଥିବା ନେଇ ଶେଷଖାଲ ଥାନାରେ ଅଭିଯୋଗ ହୋଇଛି । ସେହିଭଳି ରାୟଗଡା ସହର ବ୍ୟାଙ୍କ କଲୋନୀ ସ୍ଥିତ ଏକ ଆପାର୍ଟମେଣ୍ଟରୁ କବାଟ ତାଡି ଚୋରି କରିଥିବା ଜଣାପଡିଛି । ଉକ୍ତ ଘରର ମାଲିକ କେ ସୁରେଶ ଓ ତାଙ୍କ ପରିବାର ଘରେ ନଥିବାବେଳେ ଗତକାଲି ରାତିରେ ଘରେ ଥିବା ଆଲମିରା ଭାଙ୍ଗି ଆସବାବ ପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଉକ୍ତ ପରିବାର ଲୋକଙ୍କ ଅନୁପସ୍ଥିତି ଯୋଗୁଁ ଘରୁ କଣ ଚୋରି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅଧିକ ପଢନ୍ତୁ