ରାମାୟଣ’ରେ ଲାରା ଦତ୍ତାଙ୍କ କୈକେୟୀ ଲୁକ୍‌କୁ ନେଇ ବିବାଦ। ରକୁଲଙ୍କୁ ନେଇ ଅଧିକ ଚର୍ଚ୍ଚା

ରିଲିଜ୍ ହୋଇଛି ଫିଲ୍ମ ‘ରାମାୟଣ’ର ଟ୍ରେଲର । ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି। ଟ୍ରେଲରରେ ରକୁଲ ପ୍ରୀତଙ୍କୁ ଶୂର୍ପଣଖା ଭୂମିକାରେ ଦେଖିବାକୁ ମିଳିଛି । ସେ ତାଙ୍କ ଚରିତ୍ରରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।ରାମାୟଣ’ ଟ୍ରେଲରରେ ରଣବୀର କପୁରଙ୍କୁ ଭଗବାନ ରାମ, ୟଶଙ୍କୁ ରାବଣ ଏବଂ ସାଇ ପଲ୍ଲବୀଙ୍କୁ ସୀତା ଭୂମିକାର ଦେଖିବାକୁ ମିଳିଛି । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ରକୁଲ୍‌ଙ୍କୁ ନେଇ ହେଉଛି । ଟ୍ରେଲରରେ ତାଙ୍କର ସ୍କ୍ରିନ୍ ଟାଇମ୍ ବହୁତ କମ୍, କିନ୍ତୁ ଶୂର୍ପଣଖା ଭାବରେ ତାଙ୍କର ଲୁକ୍ ସୋସିଆଲ ମିଡିଆରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ।ରକୁଲଙ୍କୁ ଶୂର୍ପଣଖା ଭୂମିକାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଚିତ୍ରଣ କରାଯାଇଛି । ତାଙ୍କର ମେକଅପ୍, ପୋଷାକ ଏବଂ ଫେସିଆଲ୍ ଏକ୍ସପ୍ରେସନକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି । କିନ୍ତୁ ରକୁଲଙ୍କ ଗ୍ଲାମରିୟସ୍ ଶୂର୍ପନଖା ଅନ୍ଦାଜ୍ ଲୋକଙ୍କୁ ଅଧିକ ଆକର୍ଷଣ କରିଛି । କିନ୍ତୁ ଅନ୍ୟପଟେ ଅଭିନେତ୍ରୀ ଲାରା ଦତ୍ତାଙ୍କ କୈକେୟୀ ଲୁକ୍‌କୁ ନେଇ ଦର୍ଶକମାନେ ଦୁଇ ଶିବିରରେ ବିଭକ୍ତ ହୋଇପଡ଼ିଛନ୍ତି । ଟ୍ରେଲରରେ ଲାରା ଦତ୍ତା ସବୁଜ ରଙ୍ଗର ଡିଜାଇନର ବ୍ଲାଉଜ୍‌ ସହ ସୁନାର ବର୍ଡର ଥିବା ମାରୁନ୍ ଶାଢ଼ୀ ପିନ୍ଧିଥିବା ଦେଖାଯାଇଛନ୍ତି । ଏହି ଲୁକ୍‌କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ଲୋକ କହୁଛନ୍ତି ଯେ ରାମାୟଣ ତ୍ରେତାଯୁଗର କାହାଣୀ, ତେଣୁ କୈକେୟୀଙ୍କ ଲୁକ୍‌ ଆଧୁନିକ ଲାଗିବା ଉଚିତ ନୁହେଁ ।

ଅଧିକ ପଢନ୍ତୁ