ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ!ଏଣିକି ଟିକେଟ୍ ସହ ବୁକିଂ ହେବ ଲଗେଜ୍

ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲଗେଜ୍ ବୁକିଂକୁ ଅଧିକ ସୁବିଧାଜନକ କରିବା ଏବଂ ପାର୍ସଲ ବୁକିଂ ପ୍ରକ୍ରିୟାକୁ ସହଜ କରିବା। ଅତିରିକ୍ତ ଲଗେଜ୍‌ ବୁକିଂ ସୁବିଧା କେବଳ ଟିକଟ କନ୍‌ଫର୍ମ ହୋଇଥିବା ଯାତ୍ରୀମାନଙ୍କୁ ମିଳିବ। କେବଳ ଯେଉଁ କ୍ଷେତ୍ରରେ ଅନୁମୋଦିତ ସୀମାଠାରୁ ଅଧିକ ଲଗେଜ୍‌ ନେବାର ଅନୁମତି ଥିବ କେବଳ ସେହି ମାମଲାଗୁଡ଼ିକରେ ଅତିରିକ୍ତ ଲଗେଜ୍‌ ବୁକିଂ କରାଯାଇପାରିବ। ଏସି ପ୍ରଥମ ଶ୍ରେଣୀ, ଏସି-୨ ଟାୟାର, ପ୍ରଥମ ଶ୍ରେଣୀ, ଶୟନ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀର ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏସି ୩-ଟାୟାର ଓ ଚେୟାର କାର୍‌‌ରେ ଯାତ୍ରା କଲେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ ନାହିଁ। ଏସି ପ୍ରଥମ ଶ୍ରେଣୀ ପାଇଁ ୭୦ କେଜି ପର୍ଯ୍ୟନ୍ତ ଲଗେଜ୍‌ ନେବା ମାଗଣା ରହିଛି।ତେବେ, ଯାତ୍ରୀମାନେ ମାଗଣା ସୀମାଠାରୁ ଅଧିକ ସାମଗ୍ରୀ ସଂରକ୍ଷିତ ବଗିରେ ନେଇପାରିବେ, କିନ୍ତୁ ଏଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ସର୍ବାଧିକ ସୀମା ପର୍ଯ୍ୟନ୍ତ ଲାଗୁ ହେଉଥିବା ସାମଗ୍ରୀ ଦରର ୧.୫ ଗୁଣା ଶୁଳ୍କ ଦେବାକୁ ପଡ଼ିବ।ତେବେ ସମସ୍ତ ଲଗେଜ୍‌ ପରିମାଣ ସର୍ବାଧିକ ସୀମା ମଧ୍ୟରେ ରହିବା ଦରକାର। ସେହିପରି ଯାତ୍ରୀମାନେ କେଉଁ ଆକାରର ଲଗେଜ୍‌ ନେଇପାରିବେ ତାହାର ମଧ୍ୟ ନିୟମ ରହିଛି।

ଅଧିକ ପଢନ୍ତୁ