ଗଲବାନରେ ଆକ୍ରମଣ ପରେ ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍

ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ ଗଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଲଦାଖ ସୀମାରେ ବର୍ଷ ବର୍ଷ ଧରି ଚାଲିଥିବା ସାମରିକ ଅଚଳାବସ୍ଥା ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ସ୍ୱାଭାବିକ ହେବା ଦିଗରେ ଏହି ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ସି ଜିନପିଙ୍ଗ ୨୦୧୩ ମସିହାରୁ ଚୀନର ରାଷ୍ଟ୍ରପତି ଅଛନ୍ତି ଏବଂ ଏହା ପୂର୍ବରୁ ସେ ୩ ଥର ଭାରତ ଗସ୍ତ କରିଛନ୍ତି। ତାଙ୍କର ଶେଷ ଭାରତ ଗସ୍ତ ୨୦୧୯ ଅକ୍ଟୋବରରେ ହୋଇଥିଲା। ଏହାର କିଛି ମାସ ପରେ ଏଲଏସିରେ ସାମରିକ ସଂଘର୍ଷ ହୋଇ ଦୁଇ ଦେଶର ସମ୍ପର୍କରେ ବଡ଼ ଫାଟ ସୃଷ୍ଟି ହୋଇଥିଲା।ସୂତ୍ର ଅନୁଯାୟୀ, ଜିନ୍‌ପିଙ୍ଗଙ୍କ ପ୍ରସ୍ତାବିତ ଗସ୍ତ ପୂର୍ବରୁ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ କୂଟନୈତିକ ଆଲୋଚନା ବୃଦ୍ଧି ପାଇବାର ଆଶା ରହିଛି। ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ୍ ଡୋଭାଲ୍ ଚୀନ୍ ଯିବାର ସମ୍ଭାବନା ରହିଛି, ତେବେ ବର୍ତ୍ତମାନ ତାରିଖ ନିର୍ଦ୍ଧାରଣ କରାଯାଉଛି।

ଅଧିକ ପଢନ୍ତୁ