ବନ୍ୟା ସ୍ଥିତି ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ୧୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା-୨୦୨୭ ପାଇଁ ଆବେଦନ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଏହି ତାରିଖକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତାରିଖ ବୃଦ୍ଧି ଫଳରେ ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ, ସେମାନେ ଏବେ ଅତିରିକ୍ତ ସମୟର ସୁବିଧା ପାଇବେ। ଅନ୍ୟପଟେ ବନ୍ୟା ଅଞ୍ଚଳରେ କଲେଜରେ ଆଡମିଶନର ସମୟ ବୃଦ୍ଧି ହେବ । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିଶନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ