ଶ୍ରାବଣ ପ୍ରଥମ ସୋମବାର : ଶୈବ ପୀଠରେ ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି କରିଥିଲେ ।ମହାନଦୀ ଗର୍ଭରେ ବାବାଙ୍କ ମନ୍ଦିର ଥିବାରୁ ଭକ୍ତ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଘାଟରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଅଗ୍ନିଶମ ବିଭାଗ, ଓଡ୍ରାଫ କୁ ନିୟୋଜିତ କରାଯାଇଛି । ଜଳଲାଗି କରିବା ପାଇଁ ମନ୍ଦିରରେ ବ୍ୟାରିକେଡ ସହ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥା’ନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥା’ନ୍ତି ।

ଅଧିକ ପଢନ୍ତୁ