ଡବଲ୍ ମିନିଂ ବୟାନ ଦେବା ପଡିଲା ମହଙ୍ଗା ।ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ନେଇ ଏହି ଆକ୍ସନ ନିଆଯାଇଛି । ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି।ବାୟନକୁ ନେଇ ଉଦୟନିଧି କହିଛନ୍ତି, ସେ କାହା ନାମ ନେଇ କହିନାହାନ୍ତି । କୋର୍ଟ ହିଁ ତାର ଫଇସଲା କରିବ । ସେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ।କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁରେ ରାଜନୀତି ସରଗରମ ରହିଛି । ଏହି ସମୟରେ, ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିବା ସମୟରେ, ଷ୍ଟାଲିନ୍ ଅଭିନେତ୍ରୀ ତ୍ରିଷାଙ୍କ ବିଷୟରେ ଏକ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ଦୁଇ ଅର୍ଥ ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।
