ଆଜି ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଓ ଗୁରୁଗାଓଁରେ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍ରେ ଓଡ଼ିଶାରେ ଉପଲବ୍ଧ ଶିଳ୍ପାୟନର ସୁଯୋଗ, ନିବେଶ ପାଇଁ ଅନୁକୂଳ ପରିବେଶ ଏବଂ ସରକାରଙ୍କ ବିଭିନ୍ନ ନୀତି ସମ୍ପର୍କରେ ନିବେଶକାରୀଙ୍କୁ ଅବଗତ କରାଯିବ ।ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ପାଇଁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରାଯିବ । ଏଥର ଇନଭେଷ୍ଟର୍ସ ମିଟ୍ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ୍ ଡାଉନଷ୍ଟ୍ରିମ ଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ । ମେଟାଲ ଓ କେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପୂର୍ବରୁ ବଡ଼ ନିବେଶ ଆକୃଷ୍ଟ କରିପାରିଛି ।IOCL, ନାଲକୋ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଇନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ । ସେନେଇ ରାଉଣ୍ଡ ଟେବୁଲ୍ ବୈଠକ ବସିବ ।ଦିଲ୍ଲୀ ସମେତ ଗୁରୁଗାଓଁରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଦିଲ୍ଲୀ ଗସ୍ତ କରିବେ ।
