ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ, ବମ୍ବେ ହାଇକୋର୍ଟଙ୍କ ରାୟ

ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ମସିହାରେ ଗୋଆର ଏକ ହୋଟେଲରେ ଜଣେ ସହକର୍ମୀଙ୍କୁ ଦୁଷ୍କର୍ମ ମାମଲାରେ ‘ତେହଲ୍‌କା’ ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ସୂଚନାଯୋଗ୍ୟ, ୨୦୧୩ ନଭେମ୍ବରରେ ତେହେଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମେ ୨୦୨୧ରେ ଗୋଆର ମାପୁସା ଜିଲ୍ଲା ଓ ଦୌରା ଅଦାଲତ ପ୍ରମାଣ ଅଭାବରୁ ତେଜପାଲଙ୍କୁ ସମସ୍ତ ଅପରାଧିକ ମାମଲାରୁ ଦୋଷମୁକ୍ତ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୋଆ ସରକାର ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ ।

ଅଧିକ ପଢନ୍ତୁ