ରାଉରକେଲାରେ ଚାଞ୍ଚଲ୍ୟ। ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ। ରାଉରକେଲା ଲହୁଣୀପଡ଼ା ଥାନା ଘଣିପଶା ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ଗୁରୁତର ଭାବେ ଜଳିଯାଇଥିବା ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ରାଉରକେଲା ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତ ଯୁବକଙ୍କ ନାଁ କାହ୍ନୁ ଚରଣ ମାହାନ୍ତ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା ଘଣିପଶା ଗାଁର କାହ୍ନୁ ଚରଣ ମାହାନ୍ତ ଶନିବାର ସକାଳେ ଶୌଚ ହେବା ପାଇଁ ନାଳକୁ ଯାଇଥିବା ସମୟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା IGH ରେ ଭର୍ତ୍ତି କରାଯାଇଛି । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦଲମକୁଚା ଗ୍ରାମରେ ଥିବା ଜିଓ ପେଟ୍ରୋଲ ପମ୍ପର ମାଲିକଙ୍କ ସହ କାନ୍ହୁଙ୍କର ପୂର୍ବରୁ ବିବାଦ ଥିବା ଏବଂ ସେହି ବିବାଦକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ଗ୍ରାମବାସୀ କହିଛନ୍ତି । ତେବେ ଏହି ଅଭିଯୋଗର ସତ୍ୟତା ଏବେ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
