ଲଗାଣ ବର୍ଷା ମଧ୍ୟରେ ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା !ସତର୍କ ରହିବାର ଆବଶ୍ୟକତା ଅଛି : ସୁରେଶ ପୂଜାରୀ

ଲଗାଣ ବର୍ଷା ମଧ୍ୟରେ ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା । ରାଜ୍ୟରେ ଗତ ୪୮ ଘଣ୍ଟା ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଉ ଏକ ବନ୍ୟା ବିପଦ ଦେଖା ଦେଇଛି । ଦକ୍ଷିଣ- ପଶ୍ଚିମ ବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଗଠିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆସନ୍ତା କିଛି ଦିନ ଧରି ବର୍ଷା ଜାରି ରହିବ । ଏହାସହ ବିଭିନ୍ନ ନଦୀ ଅବବାହିକାରେ ମଧ୍ୟ ବର୍ଷା ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି ।ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀ ଅବବାହିକାଗୁଡ଼ିକ ଉପରେ ଏବେ ନଜର ରହିଛି । ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା, ନାଗାବଳୀ, ସାବରୀ ଓ ବଂଶଧାରା ଅବବାହିକାରେ ଆସନ୍ତା ସାତ ଦିନ ମଧ୍ୟରେ ବର୍ଷା ପୂର୍ବାନୁମାନ କରାଯାଇଛି । ଶନିବାର ପାଇଁ ମହାନଦୀର ତଳିଆ ଅଂଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଉପର ବ୍ରାହ୍ମଣୀ ଓ ଉପର ମହାନଦୀରେ ମଧ୍ୟ ଅତି ପ୍ରବଳ ବର୍ଷାର ଚେତାବନୀ ରହିଛି । ଏପରି ସ୍ଥିତିରେ ପୂର୍ବରୁ ବର୍ଷାରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆହୁରି ବର୍ଷା ହେଲେ ନଦୀ ଜଳସ୍ତର ବଢ଼ିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିପାରେ । ତେଣୁ ବର୍ତ୍ତମାନ ସ୍ଥିତିକୁ ବନ୍ୟାର ନିଶ୍ଚିତ ଘୋଷଣା ଭାବେ ନୁହେଁ, ବରଂ ବଢ଼ୁଥିବା ବନ୍ୟା ଆଶଙ୍କା ଓ ସତର୍କ ରହିବାର ଆବଶ୍ୟକତା ଭାବେ ଦେଖିବାକୁ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଅଧିକ ପଢନ୍ତୁ