୧୭ ମନୋନୀତ ପୋଲିସ ଅଧିକାରୀ/କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ୧୭ ମନୋନୀତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । । ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି ।ସାହସିକତା ପାଇଁ ଡିଏସ୍ ପି ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନଷ୍ଟେବଲ୍ ଘନଶ୍ୟାମ ସାହୁ ଓ ଥବୀର ମାଝୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି ।

ସେହିଭଳି ଉତ୍କୃଷ୍ଟ ସେବା ପାଇଁ ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । IG ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ