ପୁଅ ସାଙ୍ଗରେ ଫ୍ୟାମିଲି କୋର୍ଟରେ ପହଁଞ୍ଚିଲେ ସୁନୀତା, ଗୋବିନ୍ଦା-ସୁନୀତାଙ୍କର ହେବନି ଛାଡ଼ପତ୍ର

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଖବର ଆସିବା ପରେ ଛାଡ଼ପତ୍ରକୁ ନେଇ ମଧ୍ୟ ଅନେକ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ନଜର ଆସିଛନ୍ତି । ତାଙ୍କ ସହିତ ପୁଅ ୟଶବର୍ଦ୍ଧନ ଆହୁଜା ମଧ୍ୟ ନଜର ଆସିଛନ୍ତି ।

ସୁନିତା କୋର୍ଟରେ ପହଁଞ୍ଚିବା ପଛର କାରଣ କହିଛନ୍ତି, ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା । ସେ କହିଛନ୍ତି ସୁନିତା ଛାଡପତ୍ର ନେବାକୁ ନୁହେଁ ଛାଡପତ୍ର ଆବେଦନ ଉଠାଇବା ପାଇଁ ଯାଇଥିଲେ । ଏବେ ଦୁହେଁ ଅଲଗା ହେବାର ନାହିଁ । ଆଗରୁ ସେ ଯାହା କହିଥିଲେ ତାହା ତାଙ୍କର ଭାବନା ଥିଲା । ଏବେ ସେ କେସ୍ ଫେରାଇ ନେଇଛନ୍ତି । ମୋତେ ଲାଗୁଛି ସେ ଭଲ ନିଷ୍ପତ୍ତି ନେଇଛନ୍ତି । ମୋତେ କେବଳ ଏହା ଦୁଃଖ ଯେ, ଏହି ମାମଲା ଖୁବ୍ ସାର୍ବଜନୀନ ହେଲା ଆଉ ବର୍ଷେ ଦୁଇ ବର୍ଷ ମିଡିଆରେ ଚର୍ଚ୍ଚା ଚାଲିଲା ।ଗୋବିନ୍ଦା ଓ ତାଙ୍କ ପିଲାମାନେ ଏହି ନିଷ୍ପତ୍ତିକୁ ନେଇ ନିରପେକ୍ଷ। ବାସ୍ କେବଳ ଏତିକି କହିବି, କାହାକୁ ନିଜ ଭୁଲ ଅନୁଭବ ହେଲା ଓ ସେ ଘରକୁ ଫେରି ଆସିଲେ। ଏହା ଖୁବ୍ ଭଲ କଥା। ମୁଁ ଆଶା କରୁଛି ଭଗବାନ ସମସ୍ତଙ୍କୁ ଏଭଳି ବୁଦ୍ଧି ଦିଅନ୍ତୁ। ଯାହା କିଛି ବି ହେଲା ତାହା ଠିକ୍ ନଥିଲା, କିନ୍ତୁ ତାହା ଏବେ ଅତୀତର କଥା।’

ଅଧିକ ପଢନ୍ତୁ