ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ SI ବାବୁ

ଖାକିରେ କଳଙ୍କ। ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଏସ୍ଆଇ ତାଙ୍କ ସହ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି। । ପରେ ପ୍ରତାରଣା କରିଥିଲେ । ଅଭିଯୋଗ ଆଧାରରେ SIଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି SI ପ୍ରଭାତ କୁମାର ନାୟକ । ଯୁବତୀଙ୍କୁ ବିବାହ କରିଥିବା କହିଛନ୍ତି । ତେଣୁ ମାମଲାରେ ଉଭୟ ପକ୍ଷର ଦାବି ସାମ୍ନାକୁ ଆସିଥିବା ବେଳେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ।

ଅଧିକ ପଢନ୍ତୁ