ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ପାଇଁ କ୍ରୁଟର ବଡ଼ ଅଫର। ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ବସରେ ମାଗଣା ଯିବେ ମହିଳା। ୭ ସହରରେ ଉପକୃତ ହେବେ ୧ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ଯାତ୍ରୀ। ମହିଳାଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ ୨୭ରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ ରେ ମାଗଣା ଯାତ୍ରା ସୁବିଧା ଘୋଷଣା କରାଯାଇଛି।ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ଭଉଣୀମାନଙ୍କ ଯାତାୟାତକୁ ସହଜ ଓ ସୁଗମ କରିବା ପାଇଁ CRUT ପକ୍ଷରୁ ମାଗଣା ବସ୍ ସେବାର ଘୋଷଣା କରାଯାଇଛି। ଏହି ସୁବିଧା ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ସଦର ଏବଂ ରାଉରକେଲାରେ ମିଳିବ । କ୍ରୁଟ୍ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଯାତ୍ରୀ ଶିଷ୍ଟାଚାର ପାଳନ କରିବା ଏବଂ ଯାତ୍ରା ସମୟରେ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି ଅନୁରୋଧ କରାଯାଇଛି।
