ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ;ଭୁବନେଶ୍ୱର ଅଞ୍ଚଳରେ ସର୍ବାଧିକ ୭୮୭ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପୌରାଞ୍ଚଳ ଆଦି ଅଞ୍ଚଳରେ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ଗୁଡିକ ନଷ୍ଟ କରାଯାଉଛି । ଏପର୍ଯ୍ୟନ୍ତ ଅଭିଯାନରେ ମୋଟ ୩,୬୦୫ କିଲୋଗ୍ରାମ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ୪୭୫ଟି ଖାଦ୍ୟ ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି । ଏହାସହିତ ମୋଟ ୨,୮୪,୫୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି ।ସେଥିରୁ ବିଏମ୍‌ସି, ଭୁବନେଶ୍ୱର ଅଞ୍ଚଳରେ ସର୍ବାଧିକ ୭୮୭ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିବା ସହ ୬୧ଟି ନମୁନା ସଂଗ୍ରହ ଏବଂ ୬୮,୫୦୦ ଟଙ୍କା ଜରିମାନା ଲଗାଯାଇଛି । ସେହିପରି କେଏମ୍‌ସି, କଟକରେ ୫୭୦ କିଲୋଗ୍ରାମ ଏବଂ ଆରଏମସି, ରାଉରକେଲାରେ ୧୨୩ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ଯୋଗୁଁ ନଷ୍ଟ କରାଯାଇଛି

ଅଧିକ ପଢନ୍ତୁ