ଶିମିଳିପାଳରେ ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର

ଶିମିଳିପାଳ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବନ ବିଭାଗ । ମହାରାଷ୍ଟ୍ରର ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିଲା ବାଘୁଣୀ ‘ଜିନ୍ନତ୍’।ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବାଘୁଣୀ ଜିନ୍ନତ୍ ବେକରୁ ରେଡିଓ କଲରକୁ ବାହାର କରାଯିବ। ଟ୍ରାଙ୍କୁଲାଇଜେସନ୍ ବା ବେହୋସ୍ ନକରି ଦୂରରୁ ଟେକ୍ନୋଲୋଜି ମାଧ୍ୟମରେ ଏହି ରେଡିଓ କଲରକୁ ଅପସାରଣ କରାଯିବ ।

ଅଧିକ ପଢନ୍ତୁ