ଆଘାତ ଯୋଗୁଁଁ ଏସୀୟ କ୍ରୀଡ଼ାରୁ ବାଦ ପଡ଼ିଲେ ନୀରଜ ଚୋପ୍ରା

ଭାରତକୁ ବଡ ଝଟକା। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଏବଂ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ। ନୀରଜ ଆଘାତ ଯୋଗୁଁଁ ୨୦୨୬ ସିଜିନର ବାକି ଖେଳରୁ ବାଦ ପଡ଼ିଛନ୍ତି। ନୀରଜ ନିଜେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରିଛନ୍ତି ।

ନୀରଜ ଚୋପ୍ରା ନିକଟରେ ଲୁସାନେ ଡାଏମଣ୍ଡ ଲିଗରେ ୮୮.୦୫ ମିଟରର ଥ୍ରୋ କରି ଚଳିତ ସିଜନର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ଡାଏମଣ୍ଡ ଲିଗ୍ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଦେଇଥିଲା । ଏସିଆନ୍ ଗେମ୍ସ ପୂର୍ବରୁ ଡାଏମଣ୍ଡ ଲିଗ୍ ଫାଇନାଲ ନୀରଜଙ୍କ ଫର୍ମ ଓ ଫିଟନେସ୍ ପାଇଁ ବଡ଼ ପ୍ଲାଟଫର୍ମ ରହିଥିଲା । କିନ୍ତୁ ଦୁର୍ଭାଗ୍ୟବଶଃତ ଲିଗାମେଣ୍ଟରେ ଆଘାତ ଲାଗିବା ଯୋଗୁଁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।

ଅଧିକ ପଢନ୍ତୁ