ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

ତୃଣମୂଳ ଛାତ୍ର ପରିଷଦ (TMCP)ର ପ୍ରତିଷ୍ଠା ଦିବସ ସମାବେଶ ଆୟୋଜନ ପାଇଁ କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ କୋଲକାତା ପୋଲିସ ନିଜଆଡ଼ୁ ମାମଲା ରୁଜୁ କରିଛି। କଲକାତା ହାଇକୋର୍ଟ ଅଗଷ୍ଟ ୨୮ ତାରିଖରେ କ୍ୟାଥେଡ୍ରାଲ୍ ରୋଡରେ ଟିଏମସିପିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରିଥିଲେ। କୋର୍ଟ ସର୍ତ୍ତ ରଖିଥିଲେ ଯେ ଜନସାଧାରଣ ଏବଂ ଟ୍ରାଫିକର ସୁବିଧା ପାଇଁ ରାସ୍ତାର ଏକ ଅଂଶ ସମ୍ପୂର୍ଣ୍ଣ ଖୋଲା ରଖାଯିବ ଏବଂ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାପ୍ତ ହେବ।ଶୁକ୍ରବାର ସେଣ୍ଟ୍ରାଲ କୋଲକାତାର କ୍ୟାଥେଡ୍ରାଲ ରୋଡରେ ଏହି ସମାବେଶ ଆୟୋଜନ କରିବା ପାଇଁ ହାଇକୋର୍ଟ ଯେଉଁସବୁ ସର୍ତ୍ତ ରଖିଥିଲେ, ତାହାର ଯାଞ୍ଚ କରାଯିବା ପରେ ପୋଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ପୁଲିସ ବର୍ତ୍ତମାନ ସମଗ୍ର ମାମଲା ତଦନ୍ତ କରୁଛି ଏବଂ ରାଲି ସମୟରେ ଘଟିଥିବା ଘଟଣା ସହିତ ଜଡିତ ପ୍ରମାଣ ଯାଞ୍ଚ କରୁଛି।

ଅଧିକ ପଢନ୍ତୁ