କଟକ ରେଳଷ୍ଟେଶନ ଅଞ୍ଚଳରୁ ସାତ ବର୍ଷ ନାବାଳିକାଙ୍କୁ ଅପହରଣର ମିଳିଲା CCTV ଫୁଟେଜ

କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଜଣେ ବୃଦ୍ଧ ନାବାଳିକାଙ୍କୁ ନେଇକି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଗତକାଲି(ରବିବାର) ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ନିଖୋଜଙ୍କ ବାବଦରେ ଖବର ଦେଲେ 25 ହଜାରର ଟଙ୍କା ପୁରସ୍କାର ରାଶି ଦେବାକୁ ପୋଲିସ ଘୋଷଣା କରିଛି ।ଅପହୃତା ନାବାଳିକା ଏବେ କେଉଁଠି ଅଛନ୍ତି, ସୁରକ୍ଷିତ କି ନାହିଁ, ଅପହରଣକାରୀ ବୟସ୍କ ବ୍ୟକ୍ତି ନାବାଳିକାଙ୍କୁ ନେଇ କେଉଁଠି ଲୁଚାଇ ରଖିଛନ୍ତି ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍‌, ଆଧାରରେ ତଦନ୍ତ କରୁଛି ହେଲେ ଏପର୍ଯ୍ୟନ୍ତ ନାବାଳିକା ଓ ଅପହରଣକାରୀଙ୍କ ଟେର୍‌ ପାଇନି।ପୋଲିସର ସୂଚନା ଅନୁଯାୟୀ, ଗତ ଶନିବାର ଅନୁଗୋଳ ଜିଲ୍ଲାର ସୀମା ଗଡନାୟକ ଓ ତାଙ୍କ ସ୍ୱାମୀ, 7 ବର୍ଷୀୟା ନାତୁଣୀକୁ ଧରି କେନ୍ଦ୍ରାପଡାରୁ କଟକ ଫେରିଥିଲେ । କଟକରୁ ଟ୍ରେନ ଯୋଗେ ସେମାନେ ଅନୁଗୋଳ ଯାଇଥାନ୍ତେ । ନାତୁଣୀକୁ ଭୋକ ଲାଗିବାରୁ ଷ୍ଟେସନ ନିକଟରେ ନାତୁଣୀକୁ ଛାଡି ଖାଦ୍ୟ ଆଣିବାକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିବାରୁ ନାତୁଣୀ ସେଠାରେ ଆଉ ନଥିଲା । ରେଳ ଷ୍ଟେସନ ପଛପଟ ଗେଟ୍‌ ନିକଟରୁ ତାଙ୍କ ୭ ବର୍ଷର ନାତୁଣୀ ନିଖୋଜ ହୋଇଥିଲା । ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ