MMDR ବିଲ୍‌କୁ ନେଇ ଓଡ଼ିଶାରେ ରାଜନୈତିକ ତାତି । ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡି-କଂଗ୍ରେସର ଚେତାବନୀ

MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ଥମିବାର ନାଁ ନେଉନି। ଏବେ ଏହି ବିବାଦକୁ ନେଇ ବିଜେପିକୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବିଜେପିକୁ ଚ୍ୟାଲେଞ୍ଜ ହେଇ ଭକ୍ତ କହିଛନ୍ତି, ଖୋଲା ମଞ୍ଚ ହେଉ କି କଳିଙ୍ଗ ଷ୍ଟାଡିୟମ, ସାଧାରଣ ଲୋକଙ୍କ ସାମ୍ନାରେ ମୁହାଁମୁହିଁ ବିତର୍କ ହେଉ । ଅନ୍ୟପକ୍ଷେ ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ବିଲ୍ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ହକ୍ ଉପରେ ଚଡ଼କ ବୋଲି ଅଭିହିତ କରି ଦଳ କହିଛି ଯେ, ଯଦି କେନ୍ଦ୍ର ସରକାର ବିଲ୍ ପ୍ରତ୍ୟାହାର ନକରନ୍ତି, ତେବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିରୋଧୀଙ୍କ ଏହି ଆକ୍ରମଣକୁ କଡ଼ା ଭାଷାରେ ସମାଲୋଚନା କରିଛି ଶାସକ ବିଜେପି ଶିବିର । ଦଳ କହିଛି ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ହିସାବରେ ବିରୋଧୀଙ୍କର ଆନ୍ଦୋଳନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । କିନ୍ତୁ MMDR ସଂଶୋଧନ ବିଲ୍‌ରେ କ’ଣ ରହିଛି ତାହା ନବୁଝି, ତଥ୍ୟକୁ ବିକୃତ କରି ବିଜେଡି ଓ କଂଗ୍ରେସ ଓଡ଼ିଶାର ସାଧାରଣ ଜନତାଙ୍କୁ କାହିଁକି ଭ୍ରମିତ କରୁଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

ଅଧିକ ପଢନ୍ତୁ