ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ: ଛାତ୍ରଛାତ୍ରୀଙ୍କ ଦ୍ୱାରା ଶପଥ ପାଠ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ମାନଧାତାପୁରସ୍ଥିତ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୟାଗଡ଼ ସଦର ଥାନା ପକ୍ଷରୁ ଏକ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାଧ୍ୟମିକ ସ୍ତରର ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ଶପଥ ନେଇଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଦର ଥାନା ଅଧିକାରିଣୀ ପ୍ରିୟତମା ପ୍ରଧାନ ନିଶାମୁକ୍ତ ଭାରତ ଅଭିଯାନର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ କିପରି ଏକ ସୁସ୍ଥ ଓ ସଫଳ ଭବିଷ୍ୟତ ଗଠନ କରିପାରିବେ, ସେ ସମ୍ବନ୍ଧରେ ଉପାଦେୟ ପରାମର୍ଶ ଦେଇଥିଲେ।


ସମ୍ମାନିତ ଅତିଥି ଭାବେ ଥାନାର ଦ୍ୱିତୀୟ ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ଜଫରୁଲ୍ଲା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହି ପାଠପଢ଼ାକୁ ହିଁ ନିଜର ପ୍ରକୃତ ନିଶା ବା ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିବଶଙ୍କର ଦାଶ କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ