AI କୁମ୍ଭୀର କରି ବନ୍ଧା ହେଲେ ୨ ଭାଇ

ଆଜିକାଲିର ଡିଜିଟାଲ୍ ଯୁଗରେ ବହୁଳ ମାତ୍ରାରେ ଏଆଇର ଅପବ୍ୟବହାର ହେଉଥିବା ଦେଖାଯାଉଛି । ଏଆଇର ଅପବ୍ୟବହାର କିପରି ଆତଙ୍କ ଖେଳାଉଛି ଏବଂ ଆଇନଗତ ଅସୁବିଧା ସୃଷ୍ଟି କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଥିବା AI ଫଟୋ କରି ଲୋକଙ୍କୁ ଭୟଭୀତ କରିଥିଲେ ଦୁଇ ଭାଇ ।

ଏହି ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ । ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ AI ପ୍ରସ୍ତୁତି ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ଲୋକଙ୍କ ମଧ୍ୟରେ ବିନା କାରଣରେ ଭୟ ଓ ଆତଙ୍କ ସୃଷ୍ଟି କରିବା ଏବଂ ମିଥ୍ୟା ସୂଚନା ପ୍ରସାର କରିବା ଅପରାଧରେ ବୋରିଗୁମ୍ମା ବନବିଭାଗ ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି ।

ଅଧିକ ପଢନ୍ତୁ