ବିକ୍ରମ ପଣ୍ଡାଙ୍କ ପ୍ରସେସନକୁ ନେଇ ଅଲାଜୁକଙ୍କ ଭଳି ଶୋଭାଯାତ୍ରା କରୁଥିବା କହିଲେ ମନ୍ତ୍ରୀ

ଜେଲରୁ ବିଜେଡି ନେତା ବିକ୍ରମ ପଣ୍ଡା ମୁକୁଳିବା ଘଟଣାକୁ ନେଇ ତେଜିଲା ରାଜନୀତି । ଜୋର ଧରିଲା ବିଜେପି ବିଜେଡି ବୟାନବାଜି । ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡାଙ୍କୁ ଶୋଭାଯାତ୍ରାରେ ନିଆଯିବା ନେଇ ସମାଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।ସେ କହିଛନ୍ତି ଯେ, ଔଷଧର ଏକ୍ସପାଏରୀ ଡେଟ୍ ଗଲା ଆଉ କାମ କରେନାହିଁ । ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ପ୍ରସେସନ କରାଗଲା । ତାହା ଆମକୁ ଲଜ୍ୟା ଲାଗିବା କଥା । ଆମ ଗଞ୍ଜାମ ଭାଷାରେ ଏହାକୁ ଅଲାଜୁକ କୁହାଯାଏ । ଯେଉଁ ବିଜେଡି ନେତାମାନେ ମଙ୍ଗଳବାର ବ୍ରହ୍ମପୁର ଯାଇଥିଲେ । ସେମାନେ ଭାବିବା ଦରକାର ଥିଲା ଦେଶ କି ରାଜ୍ୟ ପାଇଁ କିଛି ବଡ଼ କାମ କରି ଜେଲ୍ ଯାଇନଥିଲେ ବିକ୍ରମ ପଣ୍ଡା । ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ବିକ୍ରମ ପଣ୍ଡା । ଆଉ ଏବେ ଜାମିନ ପାଇଁ ବାହାରକୁ ଆସିଛନ୍ତି । ତେଣୁ ଏହାକୁ ନେଇ ଏତେ ଗର୍ବ କିମ୍ବା ପ୍ରୋସେସନ କରିବା ଠିକ୍ ନୁହେଁ । ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେପଟେ ପରିବହନ ମନ୍ତ୍ରୀଙ୍କର ମନ୍ତବ୍ୟର କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ବିଜେଡି କହିଛି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ଏକ ରାଜନୈତିକ ଷଡଯନ୍ତ୍ର ଏବଂ ଆକ୍ରୋଶର ଉଦାହରଣ । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି କୋର୍ଟଙ୍କ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି । ବେଲ ମିଳିବା ପରେ ସବୁ ଚକ୍ରାନ୍ତ ପଣ୍ଡ ହୋଇଛି ବୋଲି କହିଛି ବିଜେଡି ।

ଅଧିକ ପଢନ୍ତୁ