ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ

ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଗିରଫ । ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ମେଡିସିନ ହୋଲସେଲିଂ ଲାଇସେନ୍ସ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ସଞ୍ଜୟ ହଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ଆସିଷ୍ଟାଣ୍ଟ ଡ୍ରଗ କଂଟ୍ରୋଲର ଭାବେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଭିଜିଲାନ୍ସ ବିଭାଗ ସଞ୍ଜୟଙ୍କୁ ଗିରଫ କରି ତାଙ୍କ ଅଫିସରେ ରହିଥିବା କାଗଜ ପତ୍ର ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତ ବେଳେ ୧ ଲକ୍ଷ ୫୨ ହଜାର ଟଙ୍କା ଅଭିଯୁକ୍ତ ହାଁସଦା ଙ୍କ ଠାରୁ ଜବତ ହୋଇଛି।ଅଧିକ ତଦନ୍ତ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତି ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।ଏହି ବ୍ୟବସାୟୀଙ୍କ ଠାରୁ ପୂର୍ବରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାପରେ ଆଉ ୬ ହଜାର ଟଙ୍କା ଦାବି କରିବାରୁ ସମ୍ପୃକ୍ତ ବ୍ୟବସାୟୀ ଶେଷରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ।

ଅଧିକ ପଢନ୍ତୁ