ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଅପରାଧ ଘଟିଥିବା ପୀଡ଼ିତା ଦର୍ଶାଇଛନ୍ତି ।ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ସ୍ଥାନୀୟ ବିଶ୍ଵେଶ୍ଵର ପାହାଡ଼ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ପୁରୁଷ ବନ୍ଧୁ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ମିଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ତାଙ୍କୁ ତଳନଗର ନିକଟରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅସହାୟ ଓ ହତାଶ ଅବସ୍ଥାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖି ରାଜପଥ ପାଟ୍ରୋଲିଂ ପୋଲିସ ତାଙ୍କୁ ଉଦ୍ଧାର କରି ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚାଇ ଥିଲା । ଏହା ପରେ ପୀଡ଼ିତା ସୋର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଏତଲା ଦେଇଥିଲେ ।ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରହିଛି | ଘଟଣାରେ ସମ୍ପୃକ୍ତ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ନାବାଳକ ଥିବା ଅନୁମାନ କରାଯାଉଛି । ଏପରିକି ଏହା ଏକ ଦୁଷ୍କର୍ମ କି ଗଣଦୁଷ୍କର୍ମ ଘଟଣା, ତାହା ମଧ୍ୟ ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ
