ଏସସିବି ମେଡିକାଲ କଲେଜରେ ସ୍ଥାନ ପାଇଲେ ବିକ୍ରମ କେଶରୀ

ବିକ୍ରମ କେଶରୀ ମିଶ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମାନଧାତାପୁର ଗ୍ରାମର ପ୍ରତିଭାବାନ ଛାତ୍ର ବିକ୍ରମ କେଶରୀ ମିଶ୍ର ଚଳିତ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କଟକର ଏସସିବି ମେଡିକାଲ କଲେଜର ପ୍ରଥମ ପର୍ଯ୍ୟାୟ ଚୟନରେ ସ୍ଥାନ ଅଧିକାର କରି ନାମ ଲେଖାଇଛନ୍ତି। ସେ ନିଟ ପରୀକ୍ଷାରେ ୭୨୦ ରୁ ୬୨୮ ନମ୍ବର ରଖି ଗ୍ରାମ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବିକ୍ରମଙ୍କ ଏହି ସଫଳତା ପଛରେ ତାଙ୍କ ପିତା ସରୋଜ କୁମାର ମିଶ୍ର ଏବଂ ମାତା ଗୀତାଞ୍ଜଳି ମହାପାତ୍ର (ଉଭୟ ଶିକ୍ଷକ) ଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନ ରହିଛି। ପୂର୍ବରୁ ମଧ୍ୟ ସେ ରାଜ୍ୟସ୍ତରୀୟ ଜାତୀୟ ମେଧାବୃତ୍ତି (ସରକାରୀ) ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ପଠାଣି ସାମନ୍ତ ମେଧାବୃତ୍ତିରେ ଟପ୍ପର ହୋଇଥିଲେ।
ତାଙ୍କର ଶିକ୍ଷାଗତ ପ୍ରଦର୍ଶନ ଅତ୍ୟନ୍ତ ଚମକପ୍ରଦ ରହିଛି। ସେ ମାଟ୍ରିକ୍ ପରୀକ୍ଷାରେ ୬୦୦ ରୁ ୫୭୨ ନମ୍ବର ଏବଂ +୨ ବିଜ୍ଞାନରେ ୬୦୦ ରୁ ୫୫୪ ନମ୍ବର ରଖିଥିଲେ। ସେ ନୟାଗଡ଼ର ସରସ୍ୱତୀ ଶିଶୁ ମନ୍ଦିରରୁ ମାଟ୍ରିକ୍ ଏବଂ ନୟାଗଡ଼ ହାୟର ସେକେଣ୍ଡାରୀ ସ୍କୁଲରୁ +୨ ଶିକ୍ଷା ସମାପ୍ତ କରିଥିଲେ। ତାଙ୍କର ଏହି ଭବ୍ୟ ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।     By:-Laxmidhar Sahoo

ଅଧିକ ପଢନ୍ତୁ