Oplus_131072

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଅସହାୟ ବୃଦ୍ଧା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ, ଅଞ୍ଜଳୀ ମଛଖଣ୍ଡ ଙ୍କ ତତ୍ତ୍ୱାବଧାନରେ ରଣପୁର ବ୍ଲକ ବୃନ୍ଦାବନପୁର ପଞ୍ଚାୟତ ର ବ୍ରଜସୁନ୍ଦର ପୁର ଗ୍ରାମର ଅସହାୟ ଅବସ୍ଥାରେ ଥିବା ବ୍ରାହ୍ମଣୀ ସେଠୀ ଙ୍କୁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ମାନସ ରଞ୍ଜନ ବଳବନ୍ତ ରାୟ ଙ୍କ ଦ୍ଵାରା ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପଞ୍ଜୀକୃତ କରାଯାଇଛି l ପ୍ରକାଶ ଥାଉକି, ଖବର କାଗଜ ରେ ପ୍ରକାଶିତ ଖବର” ବ୍ରାହ୍ମଣୀ ଙ୍କ ମୃତ୍ୟୁ କୁ ଅପେକ୍ଷା କରିଛି ପ୍ରଶାସନ “ଖବର ଟି DLSA ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ଏହାପରେ, ବ୍ରାହ୍ମଣୀ ଙ୍କ ଥଇ ଥାନ ପାଇଁ ତତ୍ପର ପ୍ରକାଶ କରି ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ମାନସ ରଞ୍ଜନ ବଳବନ୍ତ ରାୟ ଙ୍କୁ ଦlୟୂତ୍ୱ ପ୍ରଦାନ କରିଥିଲେ l ଅସହାୟ ମାଉସୀ ଙ୍କ ଘର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ୪୦କି. ମି.ଦୂର l ବ୍ରଜସୁନ୍ଦ୍ଦର୍ ପୁର ଗ୍ରାମରେ ପହଞ୍ଚି ବ୍ରାହ୍ମଣୀ ମାଉସୀ(ସେଠୀ)ଙ୍କୁ ଦେଖି ଅଧିକାର ମିତ୍ର ଦ୍ବୟ ହତବlକ୍ ହୋଇ ଯାଇଥିଲେ l ଏହାପରେ ସେ ମହିଳା ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ରାଜସୁନାଖଳା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ, ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିଲେ l ସେ ଅସହାୟ ମାଉସୀ ଙ୍କ ର ଏକମାତ୍ର ପୁଅ ମାନସିକ ବିକlର ଗ୍ରସ୍ତ  ସେ ସେଠାରେ ନଥିଲେ, ଗ୍ରାମବାସୀ ଲକ୍ଷ୍ମୀଧର ବେହେରା, କନକ ଦେଇ,ବିନୋଦିନୀ ପରିଡ଼ା, ନରେନ୍ଦ୍ର ପ୍ରଧାନ,ଗୁଡୁ ଙ୍କ ଠାରୁ ଜାଣିବାକୁ ପାଇଲେ ଅଧିକାର ମିତ୍ର ଦ୍ବୟ ସେ ଗ୍ରାମକୁ ଡି. ଏସ. ଏସ.ଓ. ୫ଦିନ ତଳେ ଯାଇ ଥିଲେ ଏବଂ ଅସହାୟ ମାଉସୀ ଙ୍କୁ ଆଶ୍ଵାସନା ଦେଇଥିଲେ ଦୁଇ ଦିନ ମଧ୍ୟରେ ତୁମକୁ ଆମେ ବୃଦ୍ଧା ଶ୍ରମ ରେ ଥଇଥାନ କରିଦେବୁ l କିନ୍ତୁ ୪ଦିନ ବିତି ଗଲାପରେ ବି କାହାର ଦେଖା ଦର୍ଶନ ନଥିଲା l ବ୍ରାହ୍ମଣୀ ମାଉସୀ ଙ୍କ ଆଶl ଆଶା ରେ ରହିଗଲା l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ତ୍ୱରିତ ପଦକ୍ଷେପ ଏବଂ ଅଧିକାର ମିତ୍ର ଙ୍କ ସହଯୋଗ କୁ ଗ୍ରାମ ବାସି ମାନେ ଭୂୟସୀ ପ୍ରଶଂସା କରିଥିଲେ l ମାଉସୀ ସୁସ୍ଥ ହେଲାପରେ ବୃଦ୍ଧlଶ୍ରମ ତାଙ୍କୁ ଥଇ ଥାନ କରାଯିବ ବୋଲି ଅଧିକାର ମିତ୍ର ଦ୍ବୟ ପ୍ରକାଶ କରିଛନ୍ତି l

ଅଧିକ ପଢନ୍ତୁ