FCI ସମସ୍ୟା କଥା ଉଠାଇଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । FCI ଚାଉଳ ଉଠାଉନଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କାରଣ ମିଲ୍ ଖାଲି ନହେଲେ ଖରିଫ୍ ଧାନ କିଣା ହେବ କେମିତି ? ପୂର୍ବରୁ କମ୍ ଚାଷ ହେଉଥିଲା, ଏବେ ଧାନ ଚାଷ ବଢ଼ିଛି । ସରକାର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଉଥିବାରୁ ଚାଷୀଙ୍କ ଆଗ୍ରହ ବଢ଼ିଛି । FCI ଧାନ ଉଠାଇବା ନେଇ କେନ୍ଦ୍ର ସହ ପ୍ରତିଦିନ ଆଲୋଚନା ଚାଲିଛି । ଏହି ସମସ୍ୟା ଶୀଘ୍ର ସମାଧାନ କରାଯିବ | ତେବେ ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀଙ୍କ ଏପରି ଅସହାୟତା ବିରୋଧୀଙ୍କୁ ବଳ ଦେଇଥିଲା । ବିଜେଡି କହିଥିଲା, ଯାହା ଆମେ ପୂର୍ବରୁ ଅଭିଯୋଗ କରୁଥିଲୁ ତାକୁ ମନ୍ତ୍ରୀ ମାନିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କୁ ୭ ଥର ରାଜ୍ୟର ଯୋଗାଣ ମନ୍ତ୍ରୀ ଭେଟିଲେଣି । ତଥାପି କେନ୍ଦ୍ର ସରକାର ରାଜ୍ୟ କଥା ଶୁଣୁନାହାନ୍ତି । ମନ୍ତ୍ରୀ ଯେଉଁ ଭୟଙ୍କର କଥା ସ୍ୱୀକାର କରିଛନ୍ତି ତାକୁ ଓଡ଼ିଶା ବିଧାନସଭାରେ ଉଠାଇବାକୁ ବିଜେଡି ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲା।
