
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ସହିତ , ଡି ଏ.ପି,ସଂଘମିତ୍ରା ନାୟକ, ଡି. ଏସ. ଡ଼ବ୍ଲୁ., ଜୟଶ୍ରୀ ପଟ୍ଟନାୟକ, ପି . ଓ, ସଞ୍ଜୁ ଲତା ପାଣିଗ୍ରାହୀଙ୍କ ଅଚlନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବ୍ରାହ୍ମଣୀ ମାଉସୀଙ୍କୁ ଭେଟି ତାଙ୍କର ସ୍ବାସ୍ଥ୍ୟ ବସ୍ଥା ବୁଝିଥିଲେ l ପ୍ରକାଶ ଥlଉକି, ଖବର କାଗଜରେ ପ୍ରକାଶିତ ଖବର, ବ୍ରାହ୍ମଣୀଙ୍କ ମୃତ୍ୟୁକୁ ଅପେକ୍ଷା କରିଛି ପ୍ରଶାସନର ଶିରୋନାମ ଜିଲ୍ଲା ଦୌରl ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା, ଅଜନ୍ତା ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା l ଏହାପରେ,ଏହି ଖବର କାଗଜରେ ପ୍ରକାଶିତ ଖବରର ସତ୍ୟତା ଜାଣିବା ସହିତ ଅସହାୟ ବ୍ରାହ୍ମଣୀ ସେଠୀଙ୍କୁ ଥଇଥାନ କରିବା ପାଇଁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ମାନସ ରଞ୍ଜନ ବଳବନ୍ତ ରାୟଙ୍କୁ ଦାୟିତ୍ୱ ଦେଇଥିଲେ l ଅଧିକାର ମିତ୍ର ଦ୍ବୟ ରଣପୁର ବ୍ଲକ୍, ବୃ୍ଦାବନପୁର ପଞ୍ଚାୟତ ର ବ୍ରଜସୁନ୍ଦରପୁର ଗ୍ରାମକୁ ଯାଇ ପ୍ରକାଶିତ ଖବରର ସତ୍ୟତା ଜାଣିଥିଲେ l ଅଧିକାର ମିତ୍ର ଦ୍ବୟ ବ୍ରାହ୍ମଣୀ ମାଉସୀ ଙ୍କୁ ସେହି ଗାଁରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଞ୍ଜୀକୃତ କରିଥିଲେ l ଡ଼ାକ୍ତର ମୋନାଲିସା ସ୍ୱାଇଁଙ୍କ ପ୍ରାରମ୍ଭିକ ଚିକିତ୍ସା ପରେ ଭେଷଜ ବିଭାଗର ମହିଳା ୱାର୍ଡ ର୨୧୫ ନମ୍ୱର୍ ବେଡରେ ରଖି ଡାକ୍ତର ସିଦ୍ଧାର୍ଥ ଦାଶଙ୍କ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଇ ଥିଲା l ସଚିବ, ଡାକ୍ତର ଦାଶଙ୍କୁ ଭେଟି ବ୍ରାହ୍ମଣୀ ସେଠୀଙ୍କ ସ୍ବାସ୍ଥ୍ୟ ଵସ୍ଥା ବୁଝିଥିଲେ ଏବଂ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ l ସଚିବଙ୍କ ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଶୁଭ ସ୍ମିତା ମିଶ୍ର, ପ୍ରମୋଦ କୁମାର ମହାନ୍ତି ଏବଂ ରଶ୍ମିତା ଦେଇ ପ୍ରମୁଖ ଉପସ୍ଥିତ ଥିଲେ।
