ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଦୁଇ ରାଜସ୍ୱ ଅଧିକାରୀ

ଭିଜିଲାନ୍ସ ଜାଲରେ RI ଆଉ ARI । ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ମ୍ୟୁଟେସନ୍ ପାଇଁ ନେଉଥିଲେ ଲାଞ୍ଚ ।ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ପାଇଁ ମ୍ୟୁଟେସନ୍ ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଫାଇଲ ଅଗ୍ରସର କରିବା ପାଇଁ ଆବେଦନକାରୀଙ୍କୁ ଦୁଇ ଅଧିକାରୀ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ମାମଲା ଆଗକୁ ବଢ଼ାଯିବ ନାହିଁ ବୋଲି ଜିଦ୍ ଧରିଥିଲେ ।  ବାରମ୍ବାର ଅନୁରୋଧ ସତ୍ତ୍ୱେ ଲାଞ୍ଚ ଦାବିରେ ଅଟଳ ରହିବାରୁ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆର୍ ଆଇ ସର୍କଲର ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡା ଚାରିଛକ, ପୁରୀ ଚନ୍ଦନପୁର ଏବଂ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଘରେ ଏବଂ ଅଫିସ୍‌ରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ଅଧିକ ପଢନ୍ତୁ