ଶ୍ରୀକୃଷ୍ଣ ଜନ୍ମଲୀଳାର ଆଜି ଚତୁର୍ଥ ଦିନ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ କଂସ ପଠାଇଥିଲେ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ ତଥା ଦ୍ୱାପର ଲୀଳା କ୍ରମରେ ବଳରାମଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ବୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ବାସୁରକୁ ବିନାଶ କରିଥିଲେ ।ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରିବା ବେଶରେ ଶୋଭା ପାଇବେ। ହଳମୂଷଳ ଧାରଣ କରିଥିବେ ବଡ଼ଠାକୁର । ଠାକୁରଙ୍କ ନିମ୍ନରେ ପ୍ରଳମ୍ବାସୁ ର ରହିଥିବ। ଦ୍ଵିତୀୟ ଭୋଗମଣ୍ଡପ ସରିବା ପରେ ମଇଲମ ଓ ମେକାପ ସର୍ବାଙ୍ଗ ସରି ଠାକୁରଙ୍କ ବେଶ ଆରମ୍ଭ ହେବ। ଦୋଳମଣ୍ଡପ ସାହିଆଙ୍କ ପକ୍ଷରୁ ପ୍ରଳମ୍ବାସୁର ଓ ରାମ କୃଷ୍ଣଙ୍କ ଚରିତ୍ର ବାହାରି ଠାକୁରଙ୍କ ନୀତିରେ ସାମିଲ ହେବେ
