ଓଡ଼ିଶା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ

ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ । ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ । ବଡ଼ପାହି ନିକଟରୁ ଠାବ କରିଛି ଉଦୟପୁର ବନବିଭାଗ । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦେଖିବାକୁ ଅବିକଳ ବଣମଣିଷ ଭଳି । ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଓଟାନ କୋଉଠୁ କେମିତି ଆସିଲେ ସେନେଇ ଅନୁଧ୍ୟାନ କରୁଛି ବନବିଭାଗ । ଖବର ପ୍ରସାରଣ ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ପରେ ବନବିଭାଗ କର୍ମଚାରୀ ପହଂଚି ୫ ଜୀବଙ୍କୁ ଉଦ୍ଧାର କରିଛନ୍ତି ।

ଅଧିକ ପଢନ୍ତୁ