ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ ମିଳିଛି। ୪ ଲେନ୍ ଟ୍ରାକ୍କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ କରିଛି। ୩ଟି ପ୍ରମୁଖ ପ୍ରୋଜେକ୍ଟ ମଧ୍ୟରେ ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ଟ୍ରାକ୍ ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ୩ଟି ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି। ୫ଟି ରାଜ୍ୟର ୧୪ଟି ଜିଲାର ପ୍ରାୟ ୫୬ ଲକ୍ଷ ଲୋକ ଉପକୃତ ହେବେ। ୩ଟି ଯାକ ରେଲ୍ ପ୍ରୋଜେକ୍ଟ ପାଇଁ ବ୍ୟୟ ହେବ ୧୦,୭୮୩ କୋଟି ଟଙ୍କା ହେବ। ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ନେଟୱର୍କକୁ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି କରିବ । ଏହି ପ୍ରକଳ୍ପଗୁଡ଼ିକ ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପରିକଳ୍ପନା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥାନ ଯଥା ଓଡ଼ିଶାର ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ ଏବଂ ଅମରକଣ୍ଟକ ମନ୍ଦିରକୁ ଯାତାୟାତ ସୁବିଧାଜନକ ହେବ। ଏହାବ୍ୟତୀତ କୋଇଲା, ସିମେଣ୍ଟ, ଲୁହା ଏବଂ ଇସ୍ପାତ ପରି ସାମଗ୍ରୀର ପରିବହନ ପାଇଁ ଏହି ତିନୋଟି ମାର୍ଗ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ରେଳବାଇ ଅନୁଯାୟୀ, କ୍ଷମତା ବୃଦ୍ଧି ହେବା ଦ୍ୱାରା ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍ (MTPA) ଅତିରିକ୍ତ ମାଲ ପରିବହନ ସମ୍ଭବ ହୋଇପାରିବ।
