
ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ ଭାବେ ଦିଗାମ୍ବର ବେହେରା, ନୟାଗଡ଼ ଜିଲ୍ଲା ସଭାପତି ଭାବେ ମନୋଜ କୁମାର ସାହୁ ଏବଂ ଜଏଣ୍ଟ ସେକ୍ରେଟାରୀ ଭାବେ ନବକିଶୋର ସାଥୂଆଙ୍କୁ ନିଯୁକ୍ତି ଦିଆଯାଇଥିବାରୁ, ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି (ଭାଇ), ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଶ୍ରୀନିବାସ ବି.ଭି.ଙ୍କୁ ଏହି ଅବସରରେ ଅନ୍ତରର କୃତଜ୍ଞତା ଜ୍ଞାପନ କରାଯାଇଛି।
ନୂତନ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି ଯେ, “ଆପଣମାନେ ଆମ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖିଛନ୍ତି, ଆମେ ତାହାକୁ ନିଷ୍ଠାର ସହ ପାଳନ କରିବୁ। ସଂଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ଆମର ସମ୍ପୂର୍ଣ୍ଣ ପ୍ରୟାସ ଜାରି ରହିବ। ଆପଣଙ୍କ ବିଶ୍ୱାସ ହିଁ ଆମର ଶକ୍ତି ଏବଂ ‘ସେବା ହିଁ ଧର୍ମ’।”
ସେବା ଦଳର ଏହି ନୂତନ ନିଯୁକ୍ତିକୁ ସ୍ୱାଗତ କରିବା ସହ ସେବା ଦଳର ସମସ୍ତ ବରିଷ୍ଠ ନେତା, ସହଯୋଗୀ ଏବଂ ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଯାଇଛି।
