ପ୍ରଥମ ଥର ପାଇଁ ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ

ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ ପ୍ରଶିକ୍ଷଣ ଦେବେ।ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ (X)ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ “ଐତିହାସିକ ପ୍ରଥମ ପଦକ୍ଷେପ” ବୋଲି ବର୍ଣ୍ଣନା କରାଯାଇଛି । ସୂଚନାଯୋଗ୍ୟ ଯେ, ଆରଏଏଫ୍ ଭ୍ୟାଲି ହେଉଛି ବ୍ରିଟେନ୍ ବାୟୁସେନାର ଏକ ପ୍ରମୁଖ ତାଲିମ କେନ୍ଦ୍ର ।ଭାରତ ଓ ୟୁକେ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ନିୟମିତ ଭାବେ ଆଲୋଚନା ଓ ମିଳିତ ପ୍ରୟାସ ଜାରି ରହିଛି। ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ନେଇ ଭାରତୀୟ ଓ ବ୍ରିଟିଶ ଅଧିକାରୀଙ୍କ ମଧ୍ୟରେ ନିୟମିତ ଆଲୋଚନା ହେଉଛି।

ଅଧିକ ପଢନ୍ତୁ