ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ କକ୍ଷରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଆସି ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି ।ଏସିରେ ବିଦ୍ୟୁତ ସଟ ସର୍କିଟ ହୋଇ ନିଆଁ ଲାଗିଥିବା କୁହା ଯାଉଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଓଟିରେ ମଧ୍ୟ କେହି ରୋଗୀ ନଥିଲେ। ସୌଭାଗ୍ୟବଶତଃ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ତଥାପି ଅନ୍ୟ କୋଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇ ଯାଇଥିବା କହିଛନ୍ତି ।ସେପଟେ ମେଡିକାଲର ପ୍ରିନ୍ସପାଲ ଓ ସୁପରିଣ୍ଟେଣ୍ଡେଣ୍ଟ ଘଟଣାସ୍ଥଳ ବୁଲି ଦେଖିଛନ୍ତି l

ଅଧିକ ପଢନ୍ତୁ