
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାସ ୨୬ ତାରିଖରେ ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ରାମ ମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଚିନ୍ମୟ ମିଶନ ଜିଲ୍ଲା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ନିଆଯାଇ ଥିବା ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ । କୃତୀ ପ୍ରତିଯୋଗୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବ। ଏହି ପ୍ରସ୍ତୁତି ବୈଠକରେ ସଂଯୋଜିକା ଶ୍ରାବଣୀ ମିଶ୍ର, ସଦସ୍ୟ ଅରୁଣ କୁମାର ମହାନ୍ତି,ଦୁର୍ଯ୍ୟୋଧନ ସାହୁ,ପ୍ରସନ୍ନ କୁମାର ବସନ୍ତିଆ, କୃଷ୍ଣପ୍ରିୟା ଦାଶ,ଡ.ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ କୁମାର ସାହୁ, ସତ୍ୟନାରାୟଣ ସାହୁ, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
