ମଧ୍ୟପ୍ରଦେଶରେ ଭାସିଗଲେ ୮ ଓଡ଼ିଆ ଶ୍ରଦ୍ଧାଳୁ

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ାରୁ ଆସିଛି ଦୁଃଖ ଖବର । କାର୍‌ ଭାସିଯିବା କାରଣରୁ ୮ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳ ପାର ହେଉଥିବା ବେଳେ ଭକ୍ତଙ୍କୁ ନେଇ ଯାଉଥିବା ଏକ କାର୍‌ ପ୍ରଖର ସ୍ରୋତରେ ଭାସିଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣଙ୍କ ମଧ୍ୟରେ ତିନି ଜଣ ଶିଶୁ , ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ଥିବା ପୁଲିସ ସୂଚନା ଦେଇଛି । । ସେମାନେ ସମସ୍ତେ ଓଡ଼ିଶାର ଲୋକ ବୋଲି ମଧ୍ୟ ପ୍ରଦେଶ ପୋଲିସ କହିଛି । ଏମାନେ ଉଜ୍ଜୟିନୀରୁ ମାଆ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ମୃତଦେହର ପୋଷ୍ଟମର୍ଟମ୍ କରାଯିବା ସହ ପ୍ରକ୍ରିୟା ଜାରି ରହିଛି ।

ଅଧିକ ପଢନ୍ତୁ