ବିଶ୍ୱର ସର୍ବାଧିକ ବର୍ଷା ବହୁଳ ଅଞ୍ଚଳରେ ଘାରିଲା ମରୁଡ଼ି ଚିନ୍ତା!

ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିଛି । ଏହି ତଥ୍ୟ ଗତ ୧୭ ବର୍ଷ ଭିତରେ ସବୁଠାରୁ କମ୍ । ଏହା ପୂର୍ବରୁ ୨୦୦୯ରେ ୧୮.୩ ପ୍ରତିଶତ କମ୍ ବର୍ଷାର ରେକର୍ଡ କରାଯାଇଥିଲା । ତେବେ ବିଶ୍ୱର ସବୁଠାରୁ ଅଧିକ ବର୍ଷା ହେଉଥିବା ୨ ଭାରତୀୟ ସହରରେ ଘାରିଛି ମରୁଡ଼ି ଚିନ୍ତା। ପୂ୍ର୍ବୋତ୍ତର ଭାରତର ମେଘାଳୟର ମାୱସିନରାମ (Mawsynram) ଏବଂ ଚେରାପୁଞ୍ଜି (Cherrapunji) ସହର ପାଇଁ ମରୁଡ଼ି ଚେତାବନୀ ଜାରି କରାଯାଇଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ବର୍ଷା ବୃଦ୍ଧି କରୁଛି। ହେଲେ ଏହା ଦ୍ୱାରା ବର୍ଷା ଦିନର ସଂଖ୍ୟା ହ୍ରାସ ପାଇବା ସହ ତାପମାତ୍ରା ବୃଦ୍ଧି ପାଉଛି। ଆନ୍ଧ୍ରପ୍ରଦେଶରେ ସବୁଠାରୁ ୪୦ %କମ୍ ବର୍ଷା ହୋଇଥିବା ବେଳେ ପଞ୍ଜାବରେ ୩୯,ବିହାରରେ ୩୭,କର୍ଣ୍ଣାଟକରେ ୩୧,କେରଳରୋ ୨୮,ହରିୟାଣାରେ ୨୩ ଓ ରାଜସ୍ଥାନରେ ୨୧ %କମ୍ ବର୍ଷା ହୋଇଛି । ମହାରାଷ୍ଟ୍ରରେ ୧୭ %କମ୍ ବର୍ଷା ହୋଇଥିବା ବେଳେ ଉତ୍ତର ପ୍ରଦେଶ ଓ ଛତିଶଗଡ଼ରେ ୫ ଲେଖାଏଁ କମ୍ ବର୍ଷା ରେକର୍ଡ କରାଯାଇଛି । ଗତ ୧୨୫ ବର୍ଷରେ ଚଳିତବର୍ଷ ୨୦୨୬ ସପ୍ତମ ଶୁଷ୍କ ବର୍ଷ ।୧୯୭୨ରେ ୨୨.୩% କମ୍ ବର୍ଷା ହୋଇଥିଲା ବେଳେ ୨୦୦୨ରେ ୨୦.୯,୧୯୬୫ରେ ୧୮.୬ ୨୦୦୯ରେ ୧୮.୩ ,୧୯୦୫ରେ ୧୬.୮, ୧୯୭୯ରେ ୧୬.୭ ଏବଂ ୨୦୨୬ରେ ୧୪.୯ % କମ୍ ବର୍ଷା ହୋଇଥିବାର ରେକର୍ଡ କରା ଯାଇଛି ।

ଅଧିକ ପଢନ୍ତୁ