ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।ମାମଲାରେ ରାଜ୍ୟ ସରକାରଙ୍କ ସହ ଆବେଦନକାରୀ ପକ୍ଷ ମଧ୍ୟ ନିଜ ନିଜ ପକ୍ଷ ରଖିଛନ୍ତି । ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଡିଜିପି ନିଯୁକ୍ତି ମାମଲାର ଶୁଣାଣି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ତେବେ ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି । କୋର୍ଟଙ୍କ ପକ୍ଷରୁ ମୌଖିକ ଭାବେ କୁହାଯାଇଛି ଯେ ଆସନ୍ତା ମଙ୍ଗଳବାର ପୁଣି ରାଜ୍ୟ ସରକାରଙ୍କ ବାକି ରହିଥିବା ଯୁକ୍ତି ଶୁଣାଯିବ। ଅଦାଲତଙ୍କ ଲିଖିତ ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ତାରିଖ ସ୍ପଷ୍ଟ ହେବ।
