ଗର୍ଜନ କରି ଘରେ ପଶିଗଲା ମହାବଳ ବାଘ, ବାହାରେ ଜଗିଛି ବନ ବିଭାଗ ।ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗ୍ରାମରେ । ଗାଁରେ ଏବେ ମହାବଳ ବାଘ ଆତଙ୍କ ଦେଖାଦେଇଛି ।ବାଘ ଦେଖିବା ପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଘର ଲାଇଟ ଲିଭାଇ ଥିଲା । ଏହାପରେ ବାଘଟି ସେଠାରୁ ଚାଲି ଯାଇଥିଲା । କିନ୍ତୁ ବାଘଟି ଗାଁର ଆଉ ଜଣଙ୍କ ଘରେ ପଶିଯାଇଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚିଥିଲେ ବି ବର୍ତ୍ତମାନ ସୁଦ୍ଧା ଘର ଭିତରୁ ବାଘ ବାହାରି ନଥିବା ସୂଚନା ମିଳିଛି ।
