ମୋ ବିନା ଅନୁମତିରେ ମେଡିସିନ ଦିଅନ୍ତୁ ନାହିଁ ‘ – ହସ୍ପିଟାଲକୁ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ନିର୍ଦ୍ଦେଶ 

୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପରିବାର, ଡାକ୍ତର ଏବଂ ତାଙ୍କ ସହମତି ବିନା ୱାଙ୍ଗଚୁକଙ୍କୁ ମୁହଁରେ କିମ୍ବା ଶିରା ମାଧ୍ୟମରେ କୌଣସି ଔଷଧ କିମ୍ବା ତରଳ ପଦାର୍ଥ ଦିଆଯିବ ନାହିଁ ।ପୋଲିସ ସୂଚନା ଦେଇଛି ଯେ ସୋନମ ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସଫଦରଜଙ୍ଗ ହସ୍ପିଟାଲ ସୋନମ ୱାଙ୍ଗଚୁକଙ୍କ ହେଲ୍‌ଥ ଅପଡେଟ୍‌ ଜାରି କରିଛି।

ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଥିବା ହେଲ୍‌ଥ ଅପଡେଟ ଅନୁଯାୟୀ, ଦୀର୍ଘ ସମୟ ଧରି ଉପବାସ ଏବଂ ଡିହାଇଡ୍ରେଶନ (ଶରୀରରେ ଜଳୀୟ ଅଂଶ କମିବା) ଯୋଗୁ ସୋନମ ୱାଙ୍ଗଚୁକ ଦୁର୍ବଳ ହୋଇଯାଇଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଡାକ୍ତରଖାନା ସ୍ପଷ୍ଟ କରିଛି ଯେ ଶରୀରର ପାରାମିଟରଗୁଡ଼ିକୁ ସ୍ବାଭାବିକ କରିବା ପାଇଁ ଚିକିତ୍ସା ଏବଂ ନିରୀକ୍ଷଣ ଜରୁରୀ ଅଟେ।ଗୀତାଞ୍ଜଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସେ ନିଜେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ଅଧିକ ପଢନ୍ତୁ