ମହାନଦୀ ଜଳ ବିବାଦ: ଅକ୍ଟୋବର ୧ରେ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

ମହାନଦୀ ବିବାଦ ସମାଧାନ ନେଇ ଆଶା ବଢ଼ିଲା । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଓଡ଼ିଶା ଗସ୍ତ ସରିବାର ୧୦ ଦିନ ପରେ ପୁଣି ଥରେ ଏକାଠି ହେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅକ୍ଟୋବର ୧ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ । ଏନେଇ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।ଏଜି ପୀତାମ୍ୱର କହିଛନ୍ତି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଣ୍ଟ୍ରାଲ୍ ୱାଟର୍ କମିଶନର ସଚିବ ମହାନଦୀ ଟ୍ରିବ୍ୟୁନାଲକୁ ବିଗତ ଦୁଇଟି ବୈଠକର ବିବରଣୀ ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେବ । ମହାନଦୀ ଜଳ ବିବାଦକୁ ନେଇ ଆପୋସ ବୁଝାମଣାରେ ସମାଧାନର ବାଟ ବାହାରୁଛି ।ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୨୦ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିଲେ । ଛତିଶଗଡ଼ ସିଏମ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମହାନଦୀ ଜଳ ନେଇ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ । ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି ତେଣୁ କୌଣସି ବିବାଦୀୟ ସ୍ଥିତି ନାହିଁ ।

ଅଧିକ ପଢନ୍ତୁ