ନନ୍ଦନକାନନରେ କ୍ବାରେଣ୍ଟାଇନ ଗୃହକୁ ଯାଇ ଓରାଙ୍ଗଉଟାନ ଶିଶୁଙ୍କୁ ଦେଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା, ଗତିବିଧି ଏବଂ ଖାଦ୍ୟପେୟ ଉପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ।ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଉତ୍ତମ ପରିବେଶ ପାଇଁ ଚାଲିଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଉପସ୍ଥିତ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ ଉପ ମୁଖ୍ୟମନ୍ତ୍ରୀ।ଗତ ୮ ତାରିଖରେ ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗଉଟାନ୍ ଶାବକ । ଏହାର ୨୨ ଦିନ ପରେ ବି ପୂରା ଘଟଣା ଉପରୁ ଉଠିପାରିନି ପରଦା । ଓଡ଼ିଶାକୁ ୫ ଓରାଙ୍ଗଉଟାନ୍ ଶାବକ କେଉଁଠୁ ଓ କେମିତି ଆସିଲେ, ସେମାନଙ୍କୁ କିଏ କେଉଁ ବାଟ ଦେଇ ଆଣିଲେ, ଏପର୍ଯ୍ୟନ୍ତ ତା’ର କିଛି ବି ଖୁଲାସା କରିପାରିନି STF । କୁଆଡ଼େ ଗଲେ ଦୀଘାର ଗ୍ରାଣ୍ଡ ହେରିଟେଜ୍ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ? ଏପର୍ଯ୍ୟନ୍ତ ସେମାନଙ୍କୁ କାହିଁକି ଗିରଫ କରାଯାଇପାରିନି ତାକୁ ନେଇ ଉଠିଛି ପ୍ରଶ୍ନ।
